ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବଡ ନିଷ୍ପତି । ଦୁଇ ମାସ ଯାଏଁ କ୍ରିକେଟ ଖେଳିବେନି ଭାରତୀୟ ଦଳର ଏହି ଅନୁଭବୀ ବ୍ୟାଟ୍ସମ୍ୟାନ । ଏହି ଦୁଇ ମାସ ଧୋନୀ ସେନା ରେଜିମେଣ୍ଟରେ ରହିବେ ବୋଲି ସୂଚନା ଦେଇଛନ୍ତି । ଏନେଇ ମହେନ୍ଦ୍ର ସିଂ ଧୋନୀ ବିସିସିଆଇକୁ ଆସନ୍ତା ଦୁଇ ମାସ ଯାଏଁ କୌଣସୀ ସିରିଜ ଖେଳିବେ ନାହିଁ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ ଦଳର ଏହି ମହାନ ଖେଳାଳିଙ୍କ ଅବସର ଚର୍ଚ୍ଚା ବିଶ୍ୱକପ୍ ପୁର୍ବରୁ ଲାଗିରହିଥିଲା ଏବଂ ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତରେ ଧୋନୀଙ୍କୁ ସ୍ଥାନ ମିଳୁଛି କି ନାହିଁ ତାହା ମଧ୍ୟ ଚର୍ଚ୍ଚା ହେଉଥିଲା । ଧୋନୀ ସମସ୍ତ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି । କ୍ରିକେଟରୁ ସନ୍ନ୍ୟାସ ବାବଦରେ ଧୋନୀ କିଛି କହିନଥିବା ବେଳେ ତାଙ୍କ ମ୍ୟାନେଜର ଅରୁଣ ପାଣ୍ଡେ ଧୋନୀ ବର୍ତ୍ତମାନ ଅବସର ନେଉନାହାନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here