ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । କଳାହାଣ୍ଡି ଜୟପାଟଣା ବ୍ଲକ ଅନ୍ତର୍ଗତ ନାଗପଡା ଗାଁର ଏ ଘଟଣା । ଗର୍ଭବତୀ ମହିଳା ଜଣକ ଘରେ ପଡିଯିବାରୁ ଗୁରୁତର ହୋଇପଡିଥିଲେ । ପ୍ରବଳ ବର୍ଷା ହେଉଥିବାରୁ କୌଣସି ଉପାୟ ନପାଇ ମହିଳାଙ୍କୁ ଏକ ଖଟିଆରେ ପକାଇ ଉପରେ ପାଲ ପକାଇ ମେଡିକାଲକୁ ବୋହି ନେଇଥିଲେ ଗ୍ରାମବାସୀ । ଜୟପାଟଣାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ନାଗପଡା ଗାଁ । ତେବେ ରାସ୍ତା ମଝିରେ ନଦୀ ପଡୁଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନାହିଁ । ନଦୀ ଉପରେ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବୀ ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଇନଥିବା ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ସମସ୍ୟାକୁ ନେଇ ଗତ ଦୁଇଟି ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here