ଏଣିକି ପାନ ଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ସେ ଭକ୍ତ ହୁଅନ୍ତୁ କି ସେବାୟତ ।ଆସନ୍ତା ଅଗଷ୍ଟ ପହିଲାରୁ କେହିବି ପାନ ଆଦି ଗୁଟଖା ଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁଚନା ଦେଇଛନ୍ତି । କେହି ଶ୍ରୀମନ୍ଦିର ଭିତରେ ପାନ ଖାଉଥିବା ଧରା ପଡିଲେ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ । ଏଥିସହିତ ଶୃଙ୍ଖଳିତ ରଥଯାତ୍ରା ପାଇଁ ଶ୍ରୀମନ୍ଦରକୁ ଫୁଲରେ ସଜାଇଥିବା ଭକ୍ତଙ୍କୁ ମୁଖ୍ୟ ପ୍ରଶାସକ ଧନ୍ୟବାଦ ଦେଇଛନ୍ତି । ଅନ୍ୟପଟେ ସିସିଟିଭି ଫୁଟେଜ ଆଧାରରେ ରଥଯାତ୍ରା ବେଳେ ୨୫ ଜଣ ସେବାୟତଙ୍କ ତ୍ରୁଟି ଥିବା ଚିହ୍ନଟ ହୋଇଛି । ଏବଂ ସେମାନଙ୍କୁ ନୋଟିସ ହେବ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ଦୈନଦିନ ନୀତିକୁ ଶୃଙ୍ଗଳିତ କରିବା ପାଇଁ ୫ଜଣିଆ ସବକମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।