ରାସ୍ତା କଡରେୁ ହୁ ହୁ ହୋଇ ଜଳିଗଲା ମାଲ୍ ବୋଝେଇ ଟ୍ରକ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କେନାଲ ଛକ ନିକଟରେ ଏକ ପାଉଁଶ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଫଳରେ ସେଥିରେ ହଠାତ ନିଆଁ ଲାଗିଯାଇଥିଲା । ଏହା ପରେ ଟ୍ରକଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଛି । ଟ୍ରକଟି ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here