ଦେବାଳିଆ ସ୍ଥିତିରେ ପାକିସ୍ତାନ । ଅବସ୍ଥା ଏତେ ଖରାପ ଯେ, ରୁଟି ଖାଇବାକୁ ମଧ୍ୟ ଲୋକଙ୍କ ପାଖରେ ପଇସା ନାହିଁ । ଦାମ୍ ବୃଦ୍ଧି ପାଇଥିବାରୁ ରୁଟି କି ନାନ୍ କିଣି କରି ଖାଇବାକୁ ପାକିସ୍ତାନୀ ଅକ୍ଷମ । ସେହି ଦେଶର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ହୋଇଯାଇଛି ଯେ, ବାଧ୍ୟ ହୋଇ ସରକାର ଗ୍ୟାସ, ବିଜୁଳି, ଅଟା ଓ ଅନ୍ୟ ଖାଦ୍ୟ ପଦାର୍ଥର ଦାମ ବୃଦ୍ଧି କରିଥିଲେ । ଏହାପରେ ଖାଦ୍ୟ ପଦାର୍ଥ ବିଶେଷ କରି ରୁଟି ଓ ନାନ୍ ର ଦାମ ଅହେତୁକ ଭାବେ ବୃଦ୍ଧି ପାଇଛି । ଏହାକୁ ନେଇ ଲୋକେ ତିବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ଲୋକଙ୍କ କ୍ଷୋଭକୁୁ ଦେଖି ଖାଦ୍ୟ ପଦାର୍ଥର ଦାମ ବୃଦ୍ଧି ନକରିବାକୁ ନିଦେ୍ର୍ଦଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଲୋକେ କେମିତି ସସ୍ତାରେ ଖାଦ୍ୟ କିଣି ପାରିବେ ତାହା ଦେଖିବାକୁ ଇକୋନୋମିକ କୋଅର୍ଡିନେସନ କମିଟିକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ସାରା ପାକିସ୍ତାନରେ ରେଷ୍ଟ୍ରୁରାଣ୍ଟ ଯାଞ୍ଚ କରିବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି । ଯଦି ସେମାନେ ଦାମ ନକମାନ୍ତି ତେବେ ସବସିଡି ପ୍ରତ୍ୟାହାର କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।