ଶ୍ୱଶୁରଙ୍କ ଅସୁର କାରନାମା । ଶ୍ୱଶୁରଙ୍କ ବିରୋଧରେ ବୋହୁର ସାଘାଂତିକ ଅଭିଯୋଗ । ବୋହୂ ଅଭିଯୋଗ କରିଛନ୍ତି ଯେ, ଘରେ କେହି ନଥିବାବେଳେ ବାରମ୍ବାର ବଳାତ୍କାର ଉଦ୍ୟମ କରିଛନ୍ତି ଶ୍ୱଶୁର । ପୁରୀ ଥାନା ପିପିଲି ଅଞ୍ଚଳରେ ଘଟିଛି ଏହି ଘଟଣା । କେବଳ ଅଭିଯୋଗ ନୁହେଁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମର ଭିଡିଓ ସୁଟିଂ କରି ଥାନାରେ ଦେଇଛନ୍ତି ପିଡୀତା ବୋହୂ । ପିଡିତାଙ୍କ ଅଭିଯୋଗ ହେଲା, ଘରେ କେହି ନଥିବା ସମୟରେ ବାରମ୍ବାର ଶ୍ୱଶୁର ତାଙ୍କୁ ବଳାତ୍କାର ଉଦ୍ୟମ କରିଛନ୍ତି । ଏକଥା ସେ ସ୍ୱାମୀଙ୍କୁ ପ୍ରତିଥର ଜଣାଇଛନ୍ତି । ହେଲେ ସ୍ୱାମୀ ଅଭିଯୋଗ ଶୁଣିବା ବଦଳରେ ଓଲଟା ତାଙ୍କୁ ନିର୍ଯାତନା ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ଏମିତିକି ଶ୍ୱଶୁରଙ୍କ ଏହି କୁତ୍ସିତ ବ୍ୟବହାରକୁ ପରିବାରର କେହି ବିଶ୍ୱାସ କରୁନାହାଁନ୍ତି । ଶ୍ୱଶୁରଙ୍କ କବଳରୁ ବର୍ତ୍ତିବା ପାଇଁ ବାଧ୍ୟ ହୋଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ପୋଲିସ କହିଛି ଭିଡିଓ କ୍ଲିପ୍ ର ତର୍ଜମା ହେଉଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।