ବିଧାୟକଙ୍କ ଗାଡି ଜାଳିଲେ ଦୁବୃର୍ତ୍ତ । ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଦୁଇଟି ୪ ଚକିଆ ଗୋଟିଏ ବାଇକ୍ ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି । କିଛି ଦୁବୃର୍ତ୍ତ ନିଆଁ ଲଗାଇବା ପରେ ବିଧାୟକଙ୍କ ଘର ବାହାର ପଟୁ ତାଲା ମାରିଥିଲେ ।ଫଳରେ କେହି ଘରୁ ବାହାରି ପାରିନଥିଲେ । ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ ନିଆଁ ଲିଭାଇଥିଲା । ଏହା ପୂର୍ବ ଶତ୍ରୁତା ନା ରାଜନୀତି ଶତ୍ରୁତା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଡିସିପି ଏବଂ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ତଦନ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here