ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣା ଗ୍ରାମରେ ପୁଣି ଲାଗିଲା ମାଓ ପୋଷ୍ଟର । ସିପିଆଇ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି । ଏହି ପୋଷ୍ଟରରେ ମାୟାବାଲି ଗ୍ରାମର ସିତୁନ ସିକକାକୁ ତୁରନ୍ତ ଜେଲରୁ ଖଲାସ କରିବା ପାଇଁ କୁହାଯାଇଛି । ସେହିପରି ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ ହରିଜନ ମାନଙ୍କୁ ପୋଲିସ ଜୁଲମ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଅନ୍ୟପଟେ ପୋଲିସ ଇନଫରମର ଓ ଠିକାଦାର ମାନେ ଦଲାଲଗିରି ବନ୍ଦ କରିବା ସହ ସତର୍କ ରୁହନ୍ତୁ ବୋଲି ଦର୍ଶାଯାଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ପୋଷ୍ଟର ଉଦ୍ଧାର ହୋଇନଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି

LEAVE A REPLY

Please enter your comment!
Please enter your name here