ରାୟଗଡା ଜିଲ୍ଲାର ଚାନ୍ଦିଲି ପଞ୍ଚାୟତ କାର୍ଯ୍ୟାଳୟରେ ବହୁଭାଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସମ୍ପାଦକ ପୁରନ୍ଦିର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସାତୋଟି ଜିଲ୍ଲାରୁ ବହୁଭାଶୀ ଶିକ୍ଷକ ମାନେ ଯୋଗ ଦେଇଥିଲେ । ଆଦିବାସୀ ଛାତ୍ରଛାତ୍ରୀଙ୍କ ଭାଷାଗତ ସମସ୍ୟା ପରେ ୨୦୦୭ ମସିହାରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଶିକ୍ଷକ ନିଯୁକ୍ତି କରିଥିଲେ । ବର୍ତ୍ତମାନ ରାଜ୍ୟରେ ପାଖାପାଖି ୨୩୯ ଜଣ ଶିକ୍ଷକ ବିଭିନ୍ନ ସ୍କୁଲରେ ଶିକ୍ଷାଦାନ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ବର୍ଦ୍ଧିତ ହାରରେ ଦରମା କିମ୍ବା ନିୟମିତ ଚାକିରୀ କରାଯାଇନାହିଁ । ଯାହା ଫଳରେ ଶିକ୍ଷକ ମାନେ ସ୍ୱଳ୍ପ ଦରମାରେ ଅତି କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ଏନେଇ ସଂଘ ପକ୍ଷରୁ ବାରମ୍ବାର ଶିକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସଚିବଙ୍କ ନିକଟରେ ଦାବି କରିଛନ୍ତି । ତଥାପି କୌଣସି ସୁଫଳ ମିଳିନାହିଁ । ତେବେ ଶିକ୍ଷକ ମାନଙ୍କ ଦାବୀ ଗୁଡିକ ତୁରନ୍ତ ରାଜ୍ୟ ସରକାର ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ବହୁଭାଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଂଘ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here