ପ୍ରଥମେ , ପରେ, ଆଉ ଏବେ । ପେଟକୁ ମୁଠାଏ ଦାନା ଆଉ ଦେହକୁ କନା ଦେବା ପାଇଁ ରେଳ ପ୍ଲାଟଫର୍ମରେ ଗାଉଥିଲେ ଗୀତ । ଆଉ ଏବେ ବଲିଉଡ ପ୍ଲାଟଫର୍ମରେ ହୀରା ପରି ଚମକୁଛନ୍ତି । ସମସ୍ତଙ୍କ ମୁହଁରେ ତାଙ୍କ ନାଁ । ତେବେ ରେଳ ଷ୍ଟେସନରୁ ବଲିଉଡରେ ଏଣ୍ଟ୍ରି କରିଥିବା ରାନୁ ଏବେ ପୂରା ସ୍ମାର୍ଟ । ଦେଖୁନାହାଁନ୍ତି । ୧୨ ବର୍ଷ ତଳର ସଙ୍ଗ୍ ଆଶିକ ମେ ତେରିର ରିମେକ୍ସକୁ କେମିତି ବିନ୍ଦାସରେ ଗାଉଛନ୍ତି ରାନୁ । ରାନୁଙ୍କର ରେଲୱେ ଷ୍ଟେସନରୁ ବଲିଉଡ ଷ୍ଟୁଡିଓକୁ ଯାତ୍ରା ବେଶ୍ ନିଆରା । ଗତ କିଛି ଦିନ ତଳେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ ରାନୁ । ରେଳ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଏକ ପାରକା ନଗମା ହେ ଗୀତ ଗାଉଥିଲେ । କିଛି ଯୁବକ ସେଇ ଗୀତଟିକୁ ମୋବାଇଲରେ ସୁଟ କରି ସୋସିଆଲ ମିଡିଆରେ ଛାଡିଥିଲେ । ଏବଂ ପରବର୍ତ୍ତି ସମୟରେ ସେଇ ଗୀତଟି ଏମିତି ଭାଇରାଲ ହୋଇଥିଲା ଯେ, ସାରାଦେଶ ରାନୁଙ୍କୁ ନେଇ ଚର୍ଚ୍ଚା କରିବା ଆରମ୍ଭ କରିଦେଲା । ରାନୁ ବନିଯାଇଥିଲେ ଷ୍ଟାର । ବଲିଉଡରେ ମଧ୍ୟ ତାଙ୍କୁ ଏଣ୍ଟ୍ରି ମିଳିସାରିଛି । ରିଆଲିଟି ସୋରେ ମଧ୍ୟ ସେ ଜଜ୍ ହିସାବରେ ମଧ୍ୟ ପହଁଞ୍ଚିଥିଲେ । ଏବଂ ବର୍ତ୍ତମାନ ସମୟରେ ହିମେସ ରେସମିୟାଙ୍କ ଫିଲ୍ମରେ ସେ ଦୁଇଟି ଗୀତ ଗାଇଛନ୍ତି । ଆମେ କହିପାରିବା ମଣିଷର ଭାଗ୍ୟ ଯେତେବେଳେ ବଦଳିଥାଏ ସେତେବେଳେ ସେ କେତେ ଆଗକୁ ବଢିଥାଏ ଏବଂ ସମୟ ସମୟ ମଧ୍ୟରେ କେମିତି ତାର ଜୀବନ ଶୈଳୀ ବଦଳି ଯାଇଥାଏ ।

LEAVE A REPLY

Please enter your comment!
Please enter your name here