ରାଜଧାନୀରେ ଦିତ୍ୱୀୟ ଦିନ ପାଇଁ ଓଜନିଆ ସ୍କୁୁଲ ବ୍ୟାଗ୍ ନେଇ ଜାଞ୍ଚ । ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ବିଭିନ୍ନ ଘରୋଇ ସ୍କୁଲ ଯାଇ ଯାଞ୍ଚ କରୁଛନ୍ତି । ବିଶେଷକରି ଏନସିପିସିଆର ଗାଇଡଲାଇନ ପାଳନ ହେଉଛି କି ନାହିଁ ପିଲାମାନେ ଏନସିଇଆରଟି ଏସିଇଆରଟି ବହି ପଢୁଛନ୍ତି କି ନାହିଁ ସେନେଇ ଟିମ୍ ଯାଞ୍ଚ କରୁଛନ୍ତି । ବିଦ୍ୟାଳୟରେ ପରିମଳ ବ୍ୟବସ୍ଥା ନେଇ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଯାଞ୍ଚ କରୁଛନ୍ତି । ନିୟମ ଅନୁସାରେ ପ୍ରଥମରୁ ଦ୍ୱିତୀୟ କ୍ଲାସ ପିଲାଙ୍କ ବ୍ୟାଗ ଓଜନ ୧ ଦଶମିକ ୫ କେଜି ରହିବ । ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ୨ ଦଶମିକ ୩ କେଜି, ଷଷ୍ଠରୁ ସପ୍ତମ ଶ୍ରେଣୀ ୪ କେଜି , ଅଷ୍ଟମ ଓ ନବମ ଶ୍ରେଣୀର ୪ ଦଶମିକ ୫ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ୫ କେଜି ଓଜନ ରହିବ ।

LEAVE A REPLY

Please enter your comment!
Please enter your name here