\nରାୟଗଡା ଜିଲ୍ଲାରେ ରକ୍ଷକ ସାଜିଲା ଭକ୍ଷକ । ଦୀର୍ଘଦିନ ଧରି ନକ୍ସଲ ନାରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଜଣେ ଏପିଆର କନେଷ୍ଟବଳକୁ ବିଷମକଟକ ଥାନା ପୋଲିସ ଗିରଫ କରିଛି । ଗିରଫ କନେଷ୍ଟବଳ ହେଲେ ଜିଲ୍ଲା ଗୁଇନ୍ଦା ବିଭାଗର ଜୀ, ଶ୍ରୀକାନ୍ତ କୁମାର ପୋଲିସ ଅଭିଯୁକ୍ତ ଠାରୁ ଗୋଟିଏ ୯ଏମ୍ ଏମର ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି ଦୁଇଟି ମେଗାଜିନ ୩ଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ପାରାବେଡା ଅଞ୍ଚଳର ଜଣେ ବ୍ୟବସାୟୀ ସବନ କୁମାର ମହାନ୍ତିଙ୍କୁ ଗତ ସେପ୍ଟେମ୍ବର ୪ତାରିଖ ଦିନ ଫୋନ ଯୋଗେ ଧମକ ଚମକ ଦେବା ସହ ଟଙ୍କା ଦାବୀ କରିଥିଲେ । ପୂର୍ବରୁ ଅଗଷ୍ଟ ୧୮ ତାରିଖ ଦିନ ସବନ ମହାନ୍ତିଙ୍କ ସୁପେରବାଇଜରଙ୍କୁ ବିଷମକଟକ ଥାନା ଅନ୍ତର୍ଗତ ଗତିଗୁଡା ନିକଟରେ ମୁଣ୍ଡରେ ବନ୍ଧୁକ ଦେଖାଇ ନକ୍ସଲ ନାମରେ ଚାନ୍ଦା ମାଗିଥିଲେ ।

LEAVE A REPLY

Please enter your comment!
Please enter your name here