ଯୁବକଙ୍କୁ ସୁରକ୍ଷାକର୍ମୀ ହତ୍ୟା କରିଥିବା ଅଭିଯୋଗ ନେଇ ମାଲକାନଗିରି ଯନ୍ତାପାଇରେ ଆଜି ପ୍ରବଳ ଉତ୍ତେଜନା । ପେପରମେଟଲା ଥାନା ସମ୍ମୁଖରେ ମୃତ ଦେହ ରଖି ଗାଁ ଲୋକମାନେ ଧାରଣା ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗାଁ ମୁଣ୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ର ରୋଷେଇ ଘରୁ ଏକ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଥିଲା । ମୃତ ବ୍ୟକ୍ତି ହେଉଛନ୍ତି ଧୂଳିପୁଟ ପଞ୍ଚାୟତର ରାଙ୍ଗନି ଗୁଡା ଗାଁର ରାଜୁ ହାନ୍ତାଳ । ପରିବାର ଲୋକଙ୍କ ଅଭିଯୋଗ ଯେ, ଶୁକ୍ରବାର ଦିନ ଯନ୍ତାପାଇ ଠାରେ ସାପ୍ତାହିକ ହାଟରେ ତାଙ୍କ ଦୁଇ ଝିଅ ସହିତ ଔଷଦ ଓ ରାସନ ସାମଗ୍ରୀ କିଣିବାକୁ ଆସିଥିଲେ । ସେହି ହାଟରୁ ବିଏସଏଫ ରାଜୁକୁ ଡାକି ନେଇଥିଲେ । ତା ପରଠୁ ରାଜୁ ଘରକୁ ଫେରିନି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତା ପରେ ଯନ୍ତାପାଇ ଗ୍ରାମବାସୀ ଅଙ୍ଗନୱାଡି ରୋଷେଇ ଘରେ ରାଜୁର ଶବ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here