ଋତୁ ଚକ୍ରର ପରିବର୍ତନ କ୍ରମେ ଆସୁଛି ପର୍ଯ୍ୟଟନ ଋତୁ | ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଜବାଜ ହେବାକୁ ଲାଗିଲାଣି ପର୍ଯ୍ୟଟନସ୍ତଳୀ | ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସାଜସଜାରେ ଲାଗିଯାଇଛନ୍ତି ସମସ୍ତେ | ସେପଟେ କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାର ରାମଚଣ୍ଡୀ ନିକଟ ସ୍ୱର୍ନିଭା ବେଳାଭୂମିରେ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ସମୟରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁ ଥିବା ବେଳେ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଓ ଆକର୍ଷିତ କରିବା ପାଇଁ ନିର୍ମାଣ ହେବ ଅତ୍ୟାଧୁନିକ ଡିଜାଇନ ଟେଣ୍ଟ ସିଟି | ପଞ୍ଚତାରକା ହୋଟେଲର ଭଳି ସମସ୍ତ ସୁବିଧା ସୁଯୋଗ ମିଳିବ | ତେବେ ଏନେଇ ଜମି ଚିହ୍ନଟ ମଧ୍ୟ ହୋଇସାରିଲାଣି | ପର୍ଯ୍ୟଟନ ସଚିବ ଶ୍ରୀ ଵିଶାଲ ଦେବ, କ୍ରିଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ପ୍ରମୁଖ କୋଣାର୍କରେ ପହଞ୍ଚି ହେଲିପ୍ୟାଡ ଯୋଗେ ଚନ୍ଦ୍ରଭାଗା, ଲୋଟସ ରିସର୍ଟ ଓ ରାମଚଣ୍ଡୀ ମୁହାଣ ପ୍ରଭୁତି 4ଟି ସ୍ଥାନ ବୁଲି ଦେଖିଥିଲେ | ତେବେ ରାମଚଣ୍ଡୀ ମୁହାଣ ସ୍ଥାନଟି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ବୋଲି ସର୍ବ ସହମତି କ୍ରମେ ମତ ପ୍ରକାଶ ପାଇବା ପରେ ସେହି ସ୍ଥାନରେ ଟେଣ୍ଟ ସିଟି ହେବ ବୋଲି ସ୍ଥିର କରାଯାଇଛି |

LEAVE A REPLY

Please enter your comment!
Please enter your name here