ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ବାପୁଜୀଙ୍କ ଜନ୍ମ ଜୟନ୍ତୀକୁ ନେଇ ଚାରିଆଡ଼େ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ଏହି ଅବସରରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପଦଯାତ୍ରା ଆରମ୍ଭ କରିଛନ୍ତି | ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା ଓ କଂଗ୍ରେସର ଅହିଂସା ପଦଯାତ୍ରା । ଏଥିପାଇଁ ତିନି ପ୍ରମୁଖ ଦଳ ପୂର୍ବ ପ୍ରସ୍ତୁତି ଅନୁଯାଇ ପଦଯାତ୍ରା ଆରମ୍ଭ କରିଛନ୍ତି | ବିଜେଡି ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି | ସେହିପରି ବିଜେପି ପକ୍ଷରୁ ଦେଶବ୍ୟାପି ଗାନ୍ଧୀ ସଂକଳ୍ପ ପଦଯାତ୍ରା ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ଚାଲିବ । ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତା, ସ୍ୱଦେଶୀ, ସ୍ୱଛତା, ସ୍ୱରାଜ, ସ୍ୱାବଲମ୍ବୀ, ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଇଛନ୍ତି | ସେହିପରି କଂଗ୍ରେସ ପକ୍ଷରୁ ବି ରାଜଧାନୀରେ ଅହିଂସା ପଦଯାତ୍ରା ଆରମ୍ଭ ହୋଇଛି | କଂଗ୍ରେସର ୩୩ ସାଂଗଠନିକ ଜିଲ୍ଲାର ୩୩ ଜଣ ପ୍ରେରକ ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ଏକାଠି କରିବା ସହିତ କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ବିଜେଡି ସରକାରର ଅପାରଗତା ନେଇ ଲୋକଙ୍କୁ ସଚେତନ କରାଇବେ | ଏହି ଅବସରରେ କଂଗ୍ରେସ ନେତା ଭକ୍ତ ଦାଶ ଏକ ବଡ ବୟାନ ରଖିଛନ୍ତି | ସେ ଆଉ ନିର୍ବାଚନ ନଲଢ଼ିବା ନେଇ ନିଷ୍ପତି ନେଇଥିବା ବେଳେ, ଏବେ ଯୁବ ପିଢ଼ିମାନଙ୍କୁ ସୁଯୋଗ ଦେବା କଥା କହିଛନ୍ତି | ଭକ୍ତ ଦାଶ ୯ ଥର ନିର୍ବାଚନ ମଇଦାନକୁ ଓଲାହିଁଥିବା ବେଳେ ୩ ଥର ଏମପି ହୋଇଛନ୍ତି |

LEAVE A REPLY

Please enter your comment!
Please enter your name here