ଗାନ୍ଧୀ ଜୟନ୍ତି ଅବସରରେ ଦେଶବ୍ୟାପୀ ପଦଯାତ୍ରା ଓ ସଂକଳ୍ପ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦେଶ ବ୍ୟାପି ବିଜେପିର ସଙ୍କଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ରାଲି ଚାରି ମାସ ଧରି ଚାଲିବ । ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଜନସଂପର୍କ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଦଳ ପକ୍ଷରୁ ଏହି ପଦଯାତ୍ରା ହୋଇଥାଏ । ମୁଖ୍ୟମନ୍ତ୍ରୀ ଆଜିଠାରୁ ମୋ ସରକାର କାଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସହରାଞ୍ଚଳର ପୋଲିସ ଥାନା ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଲୋକଙ୍କୁ ଭଲ ସେବା ଯୋଗାଇଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଜି ଠାରୁ ସିଙ୍ଗଲ ୟୁଜ୍ ପଲିଥିନକୁ ରାଜ୍ୟରେ ନିଷେଧ କରାଯାଇଛି । ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଛନ୍ତି । ସେହିପରି ସୋନପୁର ଗାନ୍ଧୀ ଷ୍ଟାଡିୟମ ପରିସରରେ ମହାତ୍ମାଗାନ୍ଧୀଙ୍କ ନୂତନ ମୂତ୍ତି ର୍ ଉଦଘାଟନ କରାଯାଇଛି । ଏହି ସଭାରେ ଜ ିଲ୍ଲାପାଳ ଶ୍ରୀମତି ମନିଷା ବନଷୀ , ଜିଲ୍ଲା ଆରକ୍ଷୀ ଅଧକ୍ଷ୍ୟ ଓ ସୋନପୁର ମୁନସୀପାଲଟି କାର୍ଯ୍ୟ ନିର୍ବାହି ଅଧିକାରୀ ଯୋଗ ଦେଇଥିଲେ । କେନ୍ଦ୍ରାପଡା ବିଜେପି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ନିକଟରୁ ପଦଯାତ୍ରା ଆରମ୍ଭ ହୋଇ ତିନି ମୁହାଣି ପର୍ଯ୍ୟନ୍ତ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ରାଷ୍ଟ୍ରିୟ ଉପ ସଭାପତି ବୈଜୟନ୍ତ ପଣ୍ଡା , ବିଜୟ ମହାପାତ୍ରଙ୍କ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ତେବେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଏଠାରେ ସଫେଇ ହୋଇଥିଲା ।