ଜିଓ ଉପଭୋକ୍ତାଙ୍କୁ ଜୋରଦାର ଝଟକା । ଏଣିକି ମିଳିବନି ଅନ୍ୟ ନେଟୱାର୍କକୁ ଫ୍ରି କଲ ସୁବିଧା । ଏଥିପାଇଁ ମିନିଟ୍ ପ୍ରତି ୬ ପଇସା ଚାର୍ଜ ଲାଗିବ ବୋଲି ମୋବାଇଲ ନେଟୱାର୍କ ପ୍ରଦାନ କାରୀ କମ୍ପାନୀ ଜିଓ ପକ୍ଷରୁ କୁହାଯାଇଛି । ଆଜିଠୁ ଜିଓର ଏହି ନୂଆ ଦର ଲାଗୁ ହେବ ବୋଲି ଅଧକ୍ଷ୍ୟ ମୁକେଶ ଅମ୍ବାନୀ ଗତକାଲି ସୁଚନା ଦେଇଛନ୍ତି । ଏଥିପାଇଁ ଜିଓର ନୂଆ ଟପ୍ ଅପ୍ ପ୍ଲାନ ମଧ୍ୟ ଉପଲବ୍ଧ ହେଉଛି । ଟ୍ରାଇର ନୂଆ ନିୟମ ଅନୁସାରେ ଇଣ୍ଟର କନେକ୍ସନ ୟୁଜେସ୍ ଚାର୍ଜ ବାବଦରେ କମ୍ପାନୀ ୧୩ ହଜାର ୫ ଶହ କୋଟି ଟଙ୍କା କ୍ଷତି ସହିଛି । ତେଣୁ ଏଥର ୬ ପଇସା ଚାର୍ଜ ଲଗାଯାଇଛି । ତେବେ ଜିଓରୁ ଜିଓ ନେଟୱାର୍କକୁ ଆଗଭଳି ମାଗଣାରେ ଫୋନ କରିହେବ ।

LEAVE A REPLY

Please enter your comment!
Please enter your name here