ଶୌଚାଳୟ ସାମ୍ନାରେ ଛିଡା ହୋଇ ଫଟୋ ଉଠାଇଲେ ମିଳିବ ଟଙ୍କା | ସେ ପୁଣି ୫୧ ହଜାର ଟଙ୍କା | ଏଭଳି ଏକ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର | ଯେଉଁ ଦମ୍ପତ୍ତି ଶୌଚାଳୟ ଉପରେ ଛିଡ଼ା ହୋଇ ସେଲଫି ଉଠାଇବେ ସେମାନଙ୍କୁ ୫୧ ହଜାର ଟଙ୍କା ଉପହାର ମିଳିବ | ମଧ୍ୟପ୍ରଦେଶ ସରକାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ତଥା ନିକାହ ଯୋଜନାରେ ଏହି ନୂଆ ନିୟମକୁ ଯୋଡିଛନ୍ତି | ଏହି ଯୋଜନା ଅନୁସାରେ ବିବାହ ପରେ କନ୍ୟାକୁ ସ୍ଥାନୀୟ ସରକାରଙ୍କ ତରଫରୁ ୫୧ ହଜାର ଟଙ୍କା ମିଳିଥାଏ | ତେବେ ଏଣିକି ଏହି ଯୋଜନାର ଲାଭ ନେବାକୁ ହେଲେ କନ୍ୟାକୁ ବରପାତ୍ର ସହ ଶ୍ୱଶୁର ଘରେ ନିର୍ମାଣ ହୋଇଥିବା ପାଇଖାନ ସାମ୍ନାରେ ଛିଡା ହୋଇ ଏକ ସେଲ୍ଫି ଉଠାଇବାକୁ ହେବ ଆଉ ଏହି ଫଟୋକୁ ସରକାରୀ କାର୍ଯ୍ୟାଳୟରେ ଜମା କରିବାକୁ ପଡିବ | ତେବେ ଭୋପାଳ ମହାନଗର ଅଧିକାରୀ ପ୍ରତିଟି ଘରକୁ ଯାଇ ଯାଂଚ କରିବା ପରିବର୍ତ୍ତେ ଏଭଳି ଫଟୋ ଦେବାକୁ ଘୋଷଣା କରିଛନ୍ତି | ବିଏମସିର ଯୋଜନା ପ୍ରଭାରୀ ସିବି ମିଶ୍ରାଙ୍କ କହିବା ଅନୁସାରେ, ପୂର୍ବରୁ ବିବାହର ୩୦ ଦିନ ପରେ ଶୌଚାଳୟ ନିର୍ମାଣ କଲେ ଏହି ଟଙ୍କା ଦିଆଯାଉଥିଲା | ଏବେ କିନ୍ତୁ ବିବାହ ପୂର୍ବରୁ ଶୌଚାଳୟ ଉପରେ ଭାବି ଦମ୍ପତ୍ତି ଫଟୋ ଉଠାଇ ବିଏମସିକୁ ଦେବା ପାଇଁ ପଡ଼ିବ ବୋଲି ସେ କହିଛନ୍ତି | ଏଠାରେ ଆମେ କହି ରଖୁଛୁ କି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ତଥା ନିକାହ ଯୋଜନା ଆର୍ଥିକ ଭାବରେ ଦୁର୍ବଳ ଶ୍ରେଣୀ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ |

LEAVE A REPLY

Please enter your comment!
Please enter your name here