ଆୟକର ବିଭାଗର ଜାଲରେ ଆଉ ଜଣେ ବାବା । କଳକି ଭଗବାନ ନାଁରେ ପରିଚିତ ବାବାଙ୍କ ବିଭିନ୍ନ ସ୍ଥାନରେ ରେଡ କରି ଆୟକର ବିଭାଗ ପ୍ରାୟ ୫ ଶହ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ୯୦ କେଜି ସୁନା ଅଳଙ୍କାର ମିଳିଛି । ଯାହାର ମୂଲ୍ୟ ପ୍ରାୟ ୨୬ କୋଟି ହେବ । ହୀରା ଅଳଙ୍କାର ମଧ୍ୟ ମିଳିଛି । ଏପରିକି ୪୪ କୋଟି ଟଙ୍କା କେବଳ ନଗଦ ଆକାରରେ ମିଳିଛି । ତା ସହିତ ୧୮ ଲକ୍ଷ ଟଙ୍କାର ଆମେରୀକୀୟ ଡଲାର ପରି ବୈଦେଶିକ ମୁଦ୍ରା ବି ଜବତ କରାଯାଇଛି । ଏହି ବାବା ଟ୍ୟାକ୍ସ ବାଣ୍ଟୁଥିବାର ଅଭିଯୋଗ ପରେ ଆୟକର ବିଭାଗ ଚଢଉ କରିଥିଲା । ତଦନ୍ତରୁ ଜଣାପଡିଛି ଯେ, କଳକି ଭଗବାନ ଦେଶ ବାହାରେ ଅନେକ ସମ୍ପତ୍ତି ଲୁଚାଇ ରଖିଛନ୍ତି । ଏହାସହିତ ପୁଞ୍ଜି ବିନିଯୋଗ ମଧ୍ୟ କରିଛନ୍ତି । ଚେନ୍ନାଇ, ହାଇଦ୍ରାବାଦ୍ , ବାଙ୍ଗାଲୋର ସହିତ ପ୍ରାୟ ୪୦ଟି ସ୍ଥାନରେ ରେଡ କରାଯାଇଛି । ସୁସ୍ଥ ରହିବାର କୋର୍ସ ନାଁରେ ଏହି ବାବା ପାଠ୍ୟକ୍ରମ ଚଳାଉଥିଲେ । ଏଥିରେ ଦେଶ , ବିଦେଶର ବହୁ ଲୋକ ନାମ ଲେଖାଇଛନ୍ତି । ଚୀନ , ଆମେରିକା, ସିଙ୍ଗାପୁର କଳକି ଭଗବାନଙ୍କ କାରବାରର ପେଣ୍ଠସ୍ଥଳୀ ।

LEAVE A REPLY

Please enter your comment!
Please enter your name here