ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ | ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ ବର୍ଷା | ୭ଟି ଜିଲ୍ଲାରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବ | ଭାରତ ସମେତ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିବ | ତେବେ ୨୭ ତାରିଖ ରେ ଦୀପାବଳି ପଡୁଥିବା ବେଳେ ଚଳିତ ବର୍ଷ ବର୍ଷା ଦୀପାବଳୀକୁ ନଷ୍ଟ କରିଦେବା ନେଇ ଆଶଙ୍କା କରାଯାଉଛି | ଏଥିସହ ପୂର୍ବ କେନ୍ଦ୍ରୀୟ ଆରବସାଗର ଉପରେ ରହିଥିବା ଲଘୁଚାପ ବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ୍ ମାର୍କଡ ଲୋ-ପ୍ରେସରରେ ପରିଣତ ହେବ | ୨୩ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ୨୪ ତାରିଖ ଯାଏ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରିବ | ଦୁଇଟି ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ | ୨୩ ତାରିଖଠାରୁ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, କନ୍ଧମାଳ, ନୟାଗଡ଼, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ | ୨୪ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ୨୪ ଓ ୨୫ ତାରିଖରେ କଟକ, ପୁରୀ, ଖୋର୍ଧା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୬ ଓ ୨୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କଟକ, ଢେଙ୍କାନାଳ, ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି |

LEAVE A REPLY

Please enter your comment!
Please enter your name here