ସାରା ଦେଶକୁ କନ୍ଦାଇ ଅନ୍ତିମ ଯାତ୍ରାରେ ବାଜପେୟୀ । ବାଜପେୟୀଙ୍କୁ ଭାଜପା ମୁଖ୍ୟ କାର୍ଯ୍ୟାଳୟରୁ ଶେଷ ଆଶ୍ରୟ ସ୍ମୃତି ସ୍ଥଳକୁ ନିଆଯାଇଛି। ଶେଷ ଯାତ୍ରାରେ ଦେଶର ଅସଂଖ୍ୟ ଜନସାଧାରଣ ସାମିଲ ହୋଇଛନ୍ତି। ଗଗନ ପବନ ଅଟଳ ବିହାରୀ ଅମର ରହେ ଧ୍ୱନୀରେ ହେଉଛି ପ୍ରକମ୍ପିତ। ପୁଷ୍ପରେ ସୁସଜ୍ଜିତ ସେନାରେ ସ୍ୱତନ୍ତ୍ର ଗାଡିରେ ଦୀନ ଦୟାଲ ଉପାଧ୍ୟାୟ ମାର୍ଗସ୍ଥିତ ଭାରତୀୟ ଜନତା ପାର୍ଟିର ମୁଖ୍ୟ କାର୍ଯ୍ୟାଳୟକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଛି।ଅଟଳଙ୍କ ଅନ୍ତିମ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧକ୍ଷ୍ୟ ଅମିତ ଶାହ ଖାଲିପାଦରେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର କରାଯିବ।
ଆରମ୍ଭ ହୋଇଛି ଅନ୍ତିମ ଯାତ୍ରା । ଶେଷ ଦର୍ଶନ ପାଇଁ ବାଜପେୟୀଙ୍କ ପାର୍ଥିବ ଶରୀରକୁ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି। ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର କରାଯିବ। ପୁଷ୍ପରେ ସୁସଜ୍ଜିତ ସେନାରେ ସ୍ୱତନ୍ତ୍ର ଗାଡିରେ ଦୀନ ଦୟାଲ ଉପାଧ୍ୟାୟ ମାର୍ଗସ୍ଥିତ ଭାରତୀୟ ଜନତା ପାର୍ଟିର ମୁଖ୍ୟ କାର୍ଯ୍ୟାଳୟକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଛି। ଯମୁନା ନଦୀ କୂଳରେ ଥିବା ସ୍ମୃତି ସ୍ଥଳରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ଶେଷ ଦର୍ଶନ କରିବାକୁ ଦିଲ୍ଲୀରେ ୫ ଲକ୍ଷ ଲୋକଙ୍କ ସମାଗମ ହେବାର ଆକଳନ କରାଯାଇଛି। ସେଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଅନ୍ୟପଟେ ପ୍ରିୟ ନେତାଙ୍କୁ ହରାଇ ସାରା ଦେଶ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ତାଙ୍କ ବିୟୋଗରେ ୧୭ଟି ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଏଥିସହ ୨୨ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରିୟ ଶୋକ ପାଳନ କରାଯିବ ।













