ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାଯ଼ାଇଛି. ଗତ ଜୁନମାସରୁ ଚାରିମାସ ପାଇଁ ଶିମିଲିପାଳକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଥିଲା. ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବ ବିବିଧତାରେ ଭରପୁର ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବା ପାଇଁ ପ୍ରଥମ ଦିନରୁ ପର୍ଯ୍ୟଟକଙ୍କ ଭିଡ ଲାଗିଛି. ବନବିଭାଗ ପକ୍ଷରୁ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି. ବନ ବିଭାଗର କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ଅଭୟାରଣ୍ୟ ମଧ୍ୟକୁ ସ୍ବାଗତ କରିଥିଲେ.

LEAVE A REPLY

Please enter your comment!
Please enter your name here