ମହିଳାଙ୍କ ପେଟରୁ ବାହାରିଲା ୨୨ କେଜିର ଟ୍ୟୁମର୍। ଆମେରିକାର ଅଲାବାମାରେ କାୟଲା ନାମକ ଜଣେ ମହିଳାଙ୍କ ପେଟରୁ ବାହାରିଛି ୨୨ କେଜିର ଟ୍ୟୁମର୍। ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ପେଟରେ କିଛି ମାସ ପୂର୍ବରୁ ବହୁତ ଯନ୍ତ୍ରଣା ହେବା ସହ ତାଙ୍କୁ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଥିଲା। ୩୦ ବର୍ଷୀୟ କାୟଲାଙ୍କର ଏପରି ଅବସ୍ଥାକୁ ଲୋକମାନେ ପରିହାସ କରି ପେଟରେ ଯାଆଁଳା ପିଲା ଅଛି ବୋଲି ପରିହାସ କରୁଥିଲେ। ପରେ ମହିଳା ଜଣଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ। ଏବଂ ତାଙ୍କ ପେଟରେ ଏକ ଟ୍ୟୁମର ବଢୁଛି ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ଯଦି ଠିକ୍ ସମୟରେଏହାର ଅସ୍ତ୍ରୋପଚାର କରାଯାଇନଥାନ୍ତା ତାହାଲେ ଏହା ଶରୀରର ଆଉ ଏକ ଅଂଶକୁ ଖରାପ କରିଥାନ୍ତା ବୋଲି ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here