ଦିଲ୍ଲୀରେ ଏକ ବ୍ୟାଗ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ | ସେଣ୍ଟ୍ରାଲ ଦିଲ୍ଲୀର ରାଣୀ ଝାନସି ରୋଡରେ ଥିବା ଅନାଜ ମଣ୍ଡିରେ ନିଆଁ ଲାଗିଯିବାରୁ ୪୩ ଜଣଙ୍କର ମୃତ୍ୟୁ ଘଟିଛି | ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା ୪୩ ଜଣଙ୍କ ମୃତ୍ୟୁ ହୋଇଛି | ଶ୍ରମିକମାନେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା | ଫଳରେ ନିଆଁ ଲାଗିଲା ବୋଲି ଜାଣିବା ବେଳକୁ ଚାରିଆଡେ ଧୂଆଁ ହୋଇଯାଇଥିଲା | ଫଳରେ ଅଧିକାଂଶଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ବୋଲି ପୁଲିସ୍ କହିଛି | ଏହି ଅଘଟଣ ପ୍ରାୟ ସକାଳ ୫ଟାରେ ଘଟିଛି | ଘଟଣାସ୍ଥଳରେ ଦମକଳବାହିନୀ ଟିମ୍ ପହଞ୍ଚି ଫ୍ୟାକ୍ଚ୍ରି ଭିତରେ ଥିବା ୫୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି | ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ଚିଟାଲରେ ଭର୍ତ୍ତି କରାଯାଇଛି | ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |
ସେପଟେ ଏହି ବଡ ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପ୍ରମୁଖ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି |

LEAVE A REPLY

Please enter your comment!
Please enter your name here