ରାଜ୍ୟରେ ବେଧଡକ ଚାଲିଛି ଚୋରା ଗଞ୍ଜେଇ ଚାଲାଣ କାରବାର । ଗତକାଲି ମାଲକାନଗିରି ଚିତ୍ରକୋଣ୍ଡାରେ ଅବକାରୀ ବିଭାଗର ଚଢଉବେଳେ ଗଞ୍ଜେଇ ର‌୍ୟାକେଟର ପର୍ଦାଫାସ କରିଛି ପୋଲିସ । ।ଏହି ଗଞ୍ଜେଇ ଚୋରା ଚାଲାଣ ପଛରେ ଜଣେ ବିହାରୀ ମହିଳା ଥିବା ପୋଲିସ ଖୁଲାସା କରିଛି । ଏକ ଟାଟା ସୁମୋ ଗାଡିରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଦୁଇ ବିହାରୀ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଏମାନେ ଗାଡି ତଳେ ଏକ ଜାମ୍ବର କରି ଗଞ୍ଜେଇକୁ ଛୋଟ ଛୋଟ ପ୍ୟାକେଟରେ ରଖି ଚାଲାଣ କରୁଥିଲେ । ଗାଡିରୁ ୧୧୨ କିଲୋ ଗଞ୍ଜେଇ ଜବତ ହୋଇଛି । ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ବିହାର ଚାଲାଣ ହେଉଥିଲା । ଏହାର ଆନୁମାନିକ୍ୟ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ର‌୍ୟାକେଟର ଚେର କୁଆଡେ ଲମ୍ବିଛି ତାର ଖୋଳତାଡ କରୁଛି ଅବକାରୀ ବିଭାଗ ।

LEAVE A REPLY

Please enter your comment!
Please enter your name here