କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା । ହିଂସାକୁ ଉସକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ପ୍ରଦୀପ ମାଝୀଙ୍କ ନାଁରେ ଏତଲା ଦାଏର ହୋଇଛି । ଥାନାରେ ନିଜ ତରଫରୁ ଏତଲା କରିଛି ନବରଙ୍ଗପୁର ପୋଲିସ । ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ଏତଲା ପରେ ମାମଲା ରୁଜୁ କରି ପୋଲିସର ଛାନଭିନ୍ ଜାରି ରଖିଛି । ଦଫା ୧୪୭, ୩୪୧, ୫୫୩, ୨୮୩, ୫୦୬, ୪୩୫ରେ ମାମଲା ରୁଜୁ ହୋଇଛି । ଦଫା ୧୨୦(ଖ) ଏବଂ ୩ ପିଡିପିପି ଦଫାରେ ମାମଲା ରୁଜୁ । କାଲି ନବରଙ୍ଗପୁର ବନ୍ଦ ଡାକରା ବେଳେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ପ୍ରଦୀପ । ପେଟ୍ରୋଲ , ଡିଜେଲ ରେଡି ରଖ । ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇଦେବ । ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଲାଗି ରହିଥିଲା ।

LEAVE A REPLY

Please enter your comment!
Please enter your name here