ଚଳିତ ରଥଯାତ୍ରା ପାଇଁ ନୟାଗଡରୁ ପୁରୀକୁ ଆସିଲା ରଥକାଠ । ପ୍ରଥମ ପର୍ଯ୍ୟାୟରେ ମୋଟ ୫୩ ଖଣ୍ଡ କାଠ ଆସିଛି । ଦୁଇଟି ଟ୍ରକରେ ନୟାଗଡ ବନଖଣ୍ଡରୁ ୫୩ ଖଣ୍ଡ କାଠ ପହଁଞ୍ଚିଛି । ଏଥିରେ ୩୨ ଖଣ୍ଡ ଧଉଁରା ଓ ୨୧ ଖଣ୍ଡ ଅସନ କାଠ ରହିଛି । ସରସ୍ୱତୀ ପୂଜାରେ ରଥ କାଠ ପୂଜାର୍ଚ୍ଚନା ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଗତକାଲି ନୟାଗଡ ଜଗନ୍ନାଥ ମନ୍ଦିରରେ କାଠ ପୂଜାର୍ଚ୍ଚନା ପରେ ପୁରୀକୁ କାଠ ଟ୍ରକ ବାହାରିଥିଲା । ପର୍ଯ୍ୟାୟକ୍ରମେ ଅନ୍ୟ କାଠକୁ ପଠାଯିବ ବୋଲି ନୟାଗଡ ଡିଏଫଓ କହିଛନ୍ତି । ୫୩ ଖଣ୍ଡ କାଠ ଦଶପଲ୍ଲା ଜଙ୍ଗଲରୁ ସଂଗ୍ରହ କରାଯାଇଛି ।

LEAVE A REPLY

Please enter your comment!
Please enter your name here