ସୁରକ୍ଷା ଆଳରେ ଅସଦାଚରଣ I ଆମେରିକାର କାଲିଫର୍ଣ୍ଣòଆରେ ଥିବା ଏକ ଏୟାରପୋର୍ଟରେ ଘଟିଛି ଏମିତି ଘଟଣା I ଲୋମଲି ନାମକ ସୁରକ୍ଷାକର୍ମୀ ଯାଞ୍ଚ କରିବା ବାହାନାରେ ମହିଳା ଯାତ୍ରୀଙ୍କ ପ୍ରତି ଅଶାଳିନ ଆଚରଣ କରିଥିଲେ I କାଲିଫର୍ଣ୍ଣòଆର ଅଟର୍ଣ୍ଣିò ଜେନେରାଲ ଜେବିୟର ବକେରାଙ୍କ ସୂଚନା ଅନୁଯାୟୀ, ଏୟାରପୋର୍ଟରେ ଜଣେ ସୁରକ୍ଷା କର୍ମୀ ଯ଼ାଞ୍ଚ କରିବା ବାହାନାରେ ପୀଡିତା ମହିଳାଙ୍କୁ ଛାତିରୁ ପୋଷାକ କାଢିବାକୁ କହିଥିଲେ I ଏପରିକି ସର୍ଟ ଖୋଲିବାକୁ ବାଧ୍ୟ କରିଥିଲେ I ପୀଡିତାଙ୍କ କହିବା ଅନୁସାରେ କର୍ମଚାରୀ ଜଣକ ତାଙ୍କର ଅନ୍ତବସ୍ତ୍ର ଦେଖିବାକୁ ଚାହୁଁଥିଲେ I ଯାଞ୍ଚ ପରେ ସୁରକ୍ଷା କର୍ମୀଜଣକ ମହିଳାଙ୍କୁ ଯିବାକୁ କହିବା ସହିତ ତାଙ୍କ ପ୍ରତି ଅଶ୍ଳୀଳ ଟିପ୍ପଣୀ ଦେଇଥିଲେ I ମହିଳାଙ୍କ ଅଭିଯୋଗ ଉପରେ ଲୋମେଲୀକୁ ଲସ୍ ଆଞ୍ଜେଲସର କାଉଁଟି କୋର୍ଟରେ ହାଜର କରାଯାଇଥିଲା I ଏହି ଘଟଣା ପରେ ଯଦିଓ ଲୋମଲିଙ୍କୁ ନିଲମ୍ବନ କରାଯାଇଛି, ମାତ୍ର ବିମାନବନ୍ଦର ଭଳି ସ୍ଥାନରେ ଯାତ୍ରୀଙ୍କ ପ୍ରତି ଅଶାଳୀନ ଆଚରଣ ସମସ୍ତଙ୍କୁ ଚକିତ କରିଛି I

LEAVE A REPLY

Please enter your comment!
Please enter your name here