ବ୍ରହ୍ମପୁର: ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଅଘଟଣ । ବସରେ ୧୧ କେଭି ତାର ଲାଗି ପାଂଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଗୁରୁତର ହୋଇପଡିଛନ୍ତି । ବସ୍ ଭିତରେ ଥିବା କିଛି ଯାତ୍ରୀ ପୋଡି ହୋଇ ଗୁରୁତର ହୋଇପଡିଛନ୍ତି । ଗୁରୁତର ଯାତ୍ରୀମାନଙ୍କୁ ମେଡିକାଲ ପଠାଯାଇଛି । ଘଟଣାସ୍ଥଳରେ ପାଞ୍ଚୋଟି ଆମ୍ବୁଲାନ୍ସ ପହଁଞ୍ଚିଥିବାବେଳେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ନିୟୋଜିତ ରହିଛନ୍ତି । ବାହାଘର ନିର୍ବନ୍ଧରେ ଯୋଗଦେବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ପାଂଚଜଣଙ୍କ ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି.

LEAVE A REPLY

Please enter your comment!
Please enter your name here