କେରଳରେ ଲାଗିରହିଥିବା ଲଗାଣ ବର୍ଷା ଅପେକ୍ଷାକୃତ କମିବାରେ ଲାଗିଛି। ତେବେ ବନ୍ୟାର ପ୍ରକୋପ କମିନାହିଁ। ରବିବାର ସକାଳୁ ରେଡ ଆଲର୍ଟ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ବନ୍ୟା ପ୍ରପିଡିତ ଅଞ୍ଚଳରେ ତିନି ସେନା ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୧୦୦ ବର୍ଷର ରେକର୍ଡ ଭାଙ୍ଗିଥିବା ଏଥରକର ବନ୍ୟାରେ କିନ୍ତୁ ବେହାଲ ହୋଇଯାଇଛି କେରଳ। ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି । ଅଗଷ୍ଟ ୮ରୁ ଏବେ ସୁଦ୍ଧା କେରଳରେ ୩୫୦ରୁ ଉର୍ଦ୍ଧ ଲୋକଙ୍କ ଜୀବନ ଚାଲିଯାଇଛି। ଏବେ ସବୁଠାରୁ ବଡ ସମସ୍ୟା ହେଉଛି ପିଇବା ପାଣିର ଅଭାବ। ପ୍ରାୟ ୩୦୦୦ରୁ ଅଧିକ ରିଲିଫ କ୍ୟାମ୍ପରେ ରହିଥିବା ଲକ୍ଷଲକ୍ଷ ପରିବାର ପିଇବା ପାଣି ଓ ଶୌଚାଳୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସାଙ୍ଗକୁ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଇଣ୍ଡିଆନ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ(ଇସ୍ରୋ) ୫ଟି ଉପଗ୍ରହ ଏବେ କେରଳ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଉପଗ୍ରହ ଜରିଆରେ ପାଣି ଘେରରେ ରହିଥିବା ଅଞ୍ଚଳ ଉପରେ ନଜର ରଖିବା ସହ ରିଲିଫ କାର୍ଯ୍ୟରେ ମଧ୍ୟ ସହଯୋଗ କରିଛି।

LEAVE A REPLY

Please enter your comment!
Please enter your name here