ଦେଶ ପାଇଁ ବଜରଙ୍ଗ ଜିତିଲେ ପ୍ରଥମ ସ୍ୱର୍ଣ୍ଣ। ତାରକା ରେସଲର ବଜରଙ୍ଗ ପୁନିଆ ଏସିଆନ ଗେମ୍ସରେ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବଜରଙ୍ଗ ଏହି ସଫଳତା ଅର୍ଜନ କରି ଇତିହାସ ସୃଷ୍ଟି କରିଛନ୍ତି। ଏନେଇ ଭାରତୀୟ ଶିବିରରେ ଖୁସିର ଲହରି ଖେଳିଯାଇଛି। ରବିବାର ପ୍ରଥମ ଦିବସରେ ସେ ପୁରୁଷ ଫ୍ରିଷ୍ଟାଇଲ ୬୫ କେ.ଜି ବର୍ଗ ପ୍ରତିଯୋଗିତାର ଫାଇନାଲରେ ଜାପାନର ତାକାତାନୀ ଦାଇଚିଙ୍କୁ ୧୧-୮ରେ ହରାଇ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here