ବ୍ରହ୍ମପୁର : ଘରକୁ ଫେରିଛନ୍ତି ଶିବାଶିଷ ନାୟକ । କରୋନା ଆକ୍ରାନ୍ତ ଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ଫସି ରହିଥିଲେ ବ୍ରହ୍ମପୁର ଯୁବ ଇଞ୍ଜିନିୟର ଶିବାଶିଷ । ସୂଚନାଥାଉକି ବ୍ରହ୍ମପୁର ପନ୍ଦରା ସାହିର ଶିବାଶିଷ ନାୟକ ଫେବୃୟାରୀ ୪ ତାରିଖରୁ ଜାପାନର ୟୋକୋହମା ବନ୍ଦରରେ କରୋନା ଆକ୍ରାନ୍ତ ସନ୍ଦେହରେ ଫସି ରହିଥିଲେ । ଶିବାଶିଷ କହିଛନ୍ତି ଜାହାଜରେ ଫସି ରହିଥିବା ସମୟରେ ବହୁ ଜଣ କରୋନାରେ ଆକ୍ରାନ୍ତ ଥିଲେ । ସୁସ୍ଥ ଥିବା ଲୋକଙ୍କ ଠାରେ ହଠାତ କରୋନା ପଜିଟିଭ ଆସୁଥିଲା । ଯାହାକୁ ଦେଖି ଆତଙ୍କିତ ହୋଇଯାଇଥିଲୁ । ସେଠାରେ ଖାଦ୍ୟରେ କେବଳ ଆମିଷ ଦିଆଯାଉଥିଲା । ସତର୍କତା ସ୍ୱରୁପ ଆମେ ଫଳ ଓ ନୁଡୁଲସ ଖାଇକି ରହୁଥିଲୁ । ଶେଷରେ ଗଣମାଧ୍ୟମରେ ଖବର ପ୍ରସାର ହେବାପରେ ଭାରତ ସରକାରଙ୍କ ଉଦ୍ୟମରେ ଏୟାରଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଉଦ୍ଧାର ହୋଇ ଦିଲ୍ଲୀ ଆସିଥିଲୁ । ଜାପାନରୁ ଉଦ୍ଧାର ହେବା ପରେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଫେବୃୟାରୀ ୧୯ରୁ କ୍ୱାରେଣ୍ଟାଇନ ପିରିୟଡ ସରିଥିଲା । ଗତକାଲି ରାତିରେ ଶିବାଶିଷ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here