ମହାମାରୀ କରୋନାକୁ ମାତ ଦେବାକୁ ପଡ଼ିବ । କରୋନା ମୁକାବିଲା ନେଇ ସବୁଠାରୁ ବଡ କାମ ହେଉଛି ସତର୍କତା । ଏଥିପାଇଁ ସମସ୍ତଙ୍କୁ ଘରୁ ପଦାକୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା । ତେବେ ମାସ୍କ ତିଆରି କରି ପ୍ରେରଣା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ ଝିଅ ।
ଘରୁ ପଦାକୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ବାଧ୍ୟ । ଚାହିଦା ଅନୁସାରେ ବଜାରରେ ମିଳୁନି ମାସ୍କ । ଏପରି ସମୟରେ ସାମ୍ନାକୁ ଆସିଛି ଏହି ଫଟୋ । ଫଟୋରେ ଦେଖିବାକୁ ପାଇବେ ତିଆରି ଚାଲିଛି ମାସ୍କ । ଆଉ ଏହି ମାସ୍କ ତିଆରି କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ ଝିଅ ସିଲେଇ ମେସିନରେ ଘରେ ବସି ମାସ୍କ ତିଆରି କରୁଥିବା ଦେଖିବାକୁ ମିଳିଛି । ଏହାକୁ ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନ ବଜାରରେ ମାସ୍କ ଆବଶ୍ୟକ ପରିମାଣରେ ସମସ୍ତ ଅଂଚଳରେ ମିଳୁନଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ପରିବାର ଏପରି ମାସ୍କ ତିଆରି କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ।