ଓଡ଼ିଶାରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ୪୪ ନମ୍ବର ରୋଗୀ। ମୃତକ ଜଣକ ପଶ୍ଚିମବଙ୍ଗ ମେଦିନାପୁରରୁ ଆସି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ଦୁଇରେ ପହଞ୍ଚିଛି।
ପୂର୍ବରୁ ମଧ୍ୟ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ। ସେ ୪ ତାରିଖରୁ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏପ୍ରିଲ୍ ୬ରେ ତାଙ୍କର ମୃତ୍ୟୁ ହୋଇଥିଲା।
ପ୍ରଥମ ଆକ୍ରାନ୍ତ ଜଣକ ହେଲେ ପୂର୍ବରୁ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସେ କରୋନା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡ଼ିଲା।













