କରୋନାକୁ ହରାଇବେ ଏବଂ ଓଡିଶାକୁ ଜିତାଇବେ । କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଭାବନ ହୋଇଛି କରୋନା ଫେସ୍ ସେଫ୍ଟି ସିଲ୍ଡ । ଏସଟିପିଆଇ ସହଯୋଗରେ ନୋଭୋମେଶ୍ ପ୍ରସାର ଫାଉଣ୍ଡେସନ ପକ୍ଷରୁ ଯୁବ ଇଂଜିନିୟର ଅନିଲ ପ୍ରଧାନ ଓ ତାଙ୍କ ସହଯୋଗୀ ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଏହି ଫେସ୍ ସିଲ୍ଡ ଉଦ୍ଭାବନ କରିଛନ୍ତି । ଏହି ସିଲ୍ଡ ଅତ୍ୟନ୍ତ ହାଲୁକା ଓ ବେଶ ସୁରକ୍ଷିତ। ଏହାକୁ ବାରମ୍ବାର ସାନିଟାଇଜ୍ କରି ଆପଣ ଅନେକ ଥର ବ୍ୟବହାର କରିପାରିବେ। ପ୍ରାଥମିକ ପର‌୍ୟ୍ୟାୟରେ ୫ ହଜାର ସିଲ୍ଡ ପ୍ରସ୍ତୁତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହ କରୋନା ମୁକାବିଲାରେ ଆଗଧାଡ଼ିରେ ଥିବା ଯୋଦ୍ଧାଙ୍କ ପାଇଁ ଏହି ସିଲ୍ଡ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଅନିଲ୍ । ଏସଟିପିଆଇ’ର ସହଯୋଗରେ ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣା ଠାରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗମୀ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଲେ କରୋନା ଉପକରଣର ଘୋର ଅଭାବ ଦେଖାଦେବ। ତେଣୁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ନ ହୋଇ ନିଜସ୍ୱ ଜ୍ଞାନକୌଶଳରେ ଏହି ଇଂଜିନିୟରମାନେ ଏହି ଉପକରଣ ତିଆରି କରିବାକୁ ଆଗେଇ ଆସିଛନ୍ତି।

LEAVE A REPLY

Please enter your comment!
Please enter your name here