ଏକାଥରେ 101 । ଓଡିଶାରେ ରେକର୍ଡ କଲା କରୋନା । ପୂର୍ବରୁ ଗୋଟିଏ ଦିନରେ ଏତେସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇ ନଥିବା ବେଳେ ବୁଧବାର ସକାଳ ରିପୋର୍ଟରେ ଏକାଥରେ 101 ଜଣଙ୍କ ପାଖରେ କରୋନା ପଜିଟିଭ୍ ବାହାରିବା ରାଜ୍ୟରେ କରୋନା ସଂକ୍ରମଣର ଭୟାବହତାକୁ ସ୍ପଷ୍ଟ କରୁଛି । କେବଳ ଗଞ୍ଜାମରେ 52 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରେ 33, ସୁନ୍ଦରଗଡରେ 7, ଯାଜପୁରରେ 7 ଏବଂ କେନ୍ଦୁଝରରେ ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ଚିହ୍ନଟ ହୋଇଥିବା ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରୁ 90 ଜଣ କ୍ବାରେଣ୍ଟିନରେ ଅଛନ୍ତି । ସୁରତ ଫେରନ୍ତା ପ୍ରବାସୀ ଓଡିଆଙ୍କ ପାଇଁ ଗଞ୍ଜାମ ଜିଲ୍ଲାରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ବାଲେଶ୍ବରରେ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଁଶ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ଏପର୍ଯ୍ୟନ୍ତ ଓଡିଶାରେ ଚିହ୍ନଟ ହେଉଥିବା ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟ ବାହାରୁ ଆସିଥିବା ବେଳେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ସେମାନଙ୍କ ନିକଟ ସଂପର୍କୀୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here