କଅଁଳ ପାଦରେ ଚାଲିବାକୁ ଆଉ ବଳ ନାହିଁ । ହେଲେ ପେଟର ବେଦନା ଅନାହାର ମନର ଯନ୍ତ୍ରଣା ଆମକୁ ନେଇ ଚାଲିବାକୁ ପଡିବ । କରୋନା ଭାଇରସ ଭୟ ଭିତରେ ଚାଲି ଚାଲି ଥକିପଡିଥିବା କୁନି ପୁଅକୁ ଚକାଲଗା ବ୍ୟାଗରେ ଶୁଆଉ ଟାଣୁଛି ମା । ପଞ୍ଜାବରୁ ଝାନସୀ ଅଭିମୂଖେ ୮୦୦ କିମି ରାସ୍ତା ଚାଲିବା ପାଇଁ ଏମାନେ ପୁରା ପ୍ରସ୍ତୁତ । ଆକାଶରୁ ନିଆଁ ବର୍ଷୁଛି କେତେବେଳେ ପାଦ ପୋଡି ଯାଉଛି ତ କେତବେଳେ ପେଟ । ତଥାପି ନିଜ ଭିଟାମାଟିକୁ ଫେରିବା ପାଇଁ ଏମାନେ ସବୁ ପରିକ୍ଷା ଦେବାକୁ ଯେମିତି ପ୍ରସ୍ତୁତ । ପ୍ରବାସୀଙ୍କ ଘର ବାହୁଡାକୁ ନେଇ ଆପଣ ଅନେକ ଦୃଶ୍ୟ ଦେଖିଥିବେ, କିଏ ମାଇଲ ମାଇଲ ବାଟ ଚାଲି ଚାଲି ଯାଉଛି ତ ଆଉ କିଏ ସାଇକେଲରେ । କିନ୍ତୁ ଏ ଦୃଶ୍ୟ ଟିକେ ଦେଖନ୍ତୁ, ନିଜ ଭିଟାମାଟିକୁ ଫେରିବା ପାଇଁ ବାହାରିଥିବା ଏହି ଶଗଡରେ ଗୋଟିଏ ପଟେ ବଳଦ ଓ ଅନ୍ୟପଟେ ମଣିଷ । ଯେବେ କରୋନା ର ଭୟରେ ଦୋକାନ ବଜାର ବନ୍ଦ ହୋଇଗଲା ସେଦିନ ପେଟରେ ମୁଠାଏ ଦାନା ଦେବାକୁ ଗୋଟେ ବଳଦକୁ ବିକି ଦେଇଥିଲେ ପରିବାର ଲୋକେ । ଲକ୍ ଡାଉନ୍ ଖୋଲିବା ପରେ ପୁଣି ଟଙ୍କା ଦେଇ ସେ ବଳଦକୁ ନେଇଆସିବେ ବୋଲି ଭାବିଥିଲେ । ହେଲେ ଅପେକ୍ଷା ଭିତରେ ସରିଯାଇଥିଲା ବଳଦ ବିକ୍ରି ପଇସା । ଶେଷରେ ନିଜ ଭିଟାମାଟିକୁ ଫେରିବାକୁ ନିଷ୍ପତ୍ତି ନେଇ ଏବେ ନିଜେ ବଳଦ ପାଲଟିଯାଇଛି ମଣିଷ । ଶହଶହ କିଲୋମିଟରରେ ଲମ୍ବା ଯାତ୍ରା । ଗର୍ଭବତୀ ସ୍ତ୍ରୀକୁ ପଟା ଗାଡିରେ ଟାଣି ଟାଣି ଆଣିଲେ ସ୍ୱାମୀ । ଗୋଟିଏ କି ଦୁଇ କିଲୋମିଟର ନୁହେଁ, ୭୦୦ କିଲୋମିଟର ରାସ୍ତା ଏପରି ଟାଣି ଆଣି ଆଣିଛନ୍ତି ମଧ୍ୟପ୍ରଦେଶର ରାମୁ । ହାଇଦ୍ରାବାଦରେ ଶ୍ରମକି ଭାବେ କାମ କରୁଥିଲେ ସମ୍ପୃକ୍ତ ବ୍ୟକ୍ତି । ତେବେ ଲକ୍ ଡଉନ୍ ପରେ କାମ ଧନ୍ଦା ବନ୍ଦ ହେବା ଯୋଗୁଁ ନିଜ ଜୀବିକା ହରେଇଥଲେ । ଗର୍ଭବତୀ ସ୍ତ୍ରୀ ଓ ଦେଢବର୍ଷର ଝିଅକୁ ଏକ ପଟା ଚକ ଲଗା ଗାଡିକୁ ପ୍ରସ୍ତୁତ କରି ହାଇଦ୍ରାବାଦରୁ ମଧ୍ୟପ୍ରଦେଶ ବାଲାଘାଟ ଯାଏ ଆସିଥିଲେ ।

LEAVE A REPLY

Please enter your comment!
Please enter your name here