ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ହେଲା । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ନିଷ୍ପତ୍ତି ନେଲା ରେଲୱେ । ପୁରୀକୁ ଯାଉଥିବା କି ଆସୁଥିବା ଟ୍ରେନ ଭୁବନେଶ୍ୱର ଯାଏ ଯିବ । ୧ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ ଭୁବନେଶ୍ୱରରୁ ଯିବ । ସିଆଲଦା-ପୁରୀ ଏକ୍ସପ୍ରେସ କ୍ଷେତ୍ରରେ ବି ସମାନ ବ୍ୟବସ୍ଥା ଲାଗୁ । କାହିଁକି ପୁରୀକୁ ଟ୍ରେନ କଟକଣା ସେ ନେଇ ସ୍ୱଷ୍ଟ ସୂଚନା ମିଳିନାହିଁ । ସମ୍ଭବତଃ ସ୍ନାନ ଯାତ୍ରା ଦୃଷ୍ଟିରୁ କଟକଣା କରାଯାଇଥିବା ଅନୁମାନ ।

LEAVE A REPLY

Please enter your comment!
Please enter your name here