ଆଜି ରାଜ୍ୟରେ ପୁଣି ୧୮ ଜିଲ୍ଲାରୁ ୨୧୦ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ୨୧୦ ସଙ୍କ୍ରମିତ ମଧ୍ୟରୁ କ୍ୱାରେଣ୍ଟିନରୁ ୧୭୪ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳ ରୁ ୩୬ ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଙ୍କ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ-୪୭, କେନ୍ଦୁଝରରୁ-୫ ,ଦେବଗଡ଼ରୁ-୧, ନବରଙ୍ଗପୁରରୁ-୨, ନୟାଗଡ଼ରୁ-୩, ଗଞ୍ଜାମରୁ-୫୮, କଟକରୁ-୫, ଅନଗୁଳରୁ-୧, ବାଲେଶ୍ୱରରୁ-୨, ଢେଙ୍କାନାଳରୁ-୭, ଯାଜପୁରରୁ-୮, ପୁରୀରୁ-୮, ଗଜପତି-ରୁ ୨୯, ସୁନ୍ଦରଗଡ଼ରୁ-୬, କେନ୍ଦ୍ରାପଡ଼ାରୁ-୩, ସମ୍ବଲପୁରରୁ-୧, ବଲାଙ୍ଗିରରୁ-୧୧, ମୟୁରଭଞ୍ଜରୁ-୭ ଲେଖାଏଁ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତିତ ଏନଡ଼ିଆରଏଫରୁ ୬ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ଦେଇଛି । ତେବେ ମୋଟ୍ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୫୯୬୨ ରେ ପହଂଚି ଥିବା ବେଳେ ୪୧୨୩ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here