ବାହାଘର ପରେ ଗଇଣ୍ଠାଳ ଫିଟିନି I କିନ୍ତୁ ନବବିବାହିତା ପତ୍ନୀଙ୍କୁ ଛାଡି ଭାଇଭଉଣୀଙ୍କ ସହ ମହାପ୍ରଭୁ ଜଗନ୍ନାଥ ଜନ୍ମବେଦୀ ବୁଲିବାକୁ ଯାଇଛନ୍ତି I ମହାପ୍ରଭୁଙ୍କ ଏମିତି କାମକୁ ସହ୍ୟ କରିପାରିନାହାନ୍ତି ମହାଲକ୍ଷ୍ମୀ I ସେଥିପାଇଁ ହେରାପଂଚମୀ ଦିନ ରାତିରେ ମା ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରୁ ବାହାରିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରିବାକୁ I ବଡଦାଣ୍ଡରେ ଘଣ୍ଟଘଂଟା କାହାଳୀ ବଜାଇ ମା ଲକ୍ଷ୍ମୀ ଠାକୁରାଣୀ ପହଞ୍ଚିଥିଲେ ଗୁଣ୍ଡିଚା ମନ୍ଦିର ନିକଟରେ I ଜୟବିଜୟ ଦ୍ବାର ନିକଟରେ ପହଞ୍ଚିବା ବେଳକୁ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ଚାଲିଥିଲା I ତେଣୁ ସେହି ଜୟବିଜୟ ଦ୍ବାର ନିକଟରୁ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଧୂପ ଚାଲୁଥିବାରୁ ଦୁଇଟିଯାକ ଦ୍ବାର ବନ୍ଦ କରିଦେବାକୁ ଆଜ୍ଞାମାଳ ଆସିଥିଲା I ଦୁଇଟିଯ଼ାକ ଦ୍ବାର ବନ୍ଦ କରିଦେବାରୁ ଭୀଷଣ ଅପମାନବୋଧ କରିଥିଲେ ବିରହୀ ପତ୍ନୀ ଲକ୍ଷ୍ମୀ ଠାକୁରାଣୀ I କ୍ରୋଧ ଓ ଅପମାନରେ ନାକଚଣା ଦ୍ବାର ଦେଇ ଫେରି ଆସୁଥିବା ବେଳେ ବାଟରେ ଦେଖିଥିଲେ ନନ୍ଦିଘୋଷ ରଥ I ରାଗରେ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଇ ଶ୍ରୀମନ୍ଦିରକୁ ଫେରିଥିଲେ ମା I ହେରାପଂଚମୀ ରାତିରେ ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହି ଅନନ୍ୟ ପରଂପରା ଅନୁଷ୍ଠିତ ହୋଇଥିଲା I

LEAVE A REPLY

Please enter your comment!
Please enter your name here