ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେବା ପ୍ରସଙ୍ଗ । ଘରୋଇ ହସ୍ପିଟାଲକୁ ଚେତାବନୀ ଦେଲେ ମୁଖ୍ୟ ଶାସନ ସଚିବ । ରୋଗୀଙ୍କୁ ଫେରାଇଦେବା ଅନୈତକ ଏବଂ ବେଆଇନ । ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ସରକାର । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ କିଛି ଜିଲ୍ଲା ହଟସ୍ପଟରେ ପରିଣତ ହୋଇଛନ୍ତି । ଏହି ଜିଲ୍ଲାଗୁଡିକରୁ ଅନ୍ୟ ଜିଲ୍ଲାକୁ ବିଶେଷକରି ଭୁବନେଶ୍ୱର ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଫେରାଇ ଦେଉଛନ୍ତି । ନିକଟରେ ବ୍ରହ୍ମପୁରରୁ ଆସିଥିବା ଜଣେ ରୋଗୀଙ୍କୁ ଭୁବନେଶ୍ୱରର କିଛି ଘରୋଇ ହସ୍ପିଟାଲ ଆଡମିଟ୍ କରିବାକୁ ମନା କରିଦେଇଥିଲେ । ଏହାକୁ ନେଇ ରାଜ୍ୟବ୍ୟାପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏବେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠି ଏନେଇ ଘରୋଇ ହସ୍ପିଟାଲ ଗୁଡିଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, କିଛି ଘରୋଇ ହସ୍ପିଟାଲ ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡମିଟ୍ କରିବା ପାଇଁ ଅମଙ୍ଗ ହେଉଥିବାର ନଜିର ସାମ୍ନାକୁ ଆସୁଛି । ଯାହା ଅନୈତିକ ଓ ବେଆଇନ । ଏଭଳି କରୁଥିବା ହସ୍ପିଟାଲଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here