ଆସନ୍ତାକାଲି ବାଜପେୟୀଙ୍କ ଚିତାଭସ୍ମକୁ ପୁରୀ ମହୋଦଧୀରେ ବିସର୍ଜନ କରାଯିବ । ଆଜି ସନ୍ଧ୍ୟାରେ ଚିତାଭସ୍ମକୁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆଦିଲ୍ଲୀରୁ ଆଣି ଆସିବା ପରେ ତାକୁ ସର୍ବସାଧାରଣଙ୍କ ନିମନ୍ତେଦଳର ରାଜ୍ୟ କାର୍ଯ୍ୟାଳୟରେ ରଖାଯିବ । ସକାଳ ୯ଟାରେ ବିଜେପି କାର୍ଯ୍ୟାଳୟରୁ ପୁୂରୀ ଅଭିମୁଖେ ନିଆଯିବ । ଅସ୍ଥି କଳସକୁ ଉତ୍ତରା-ପିପିଲି ପୁରୁଣା ରାସ୍ତା ଦେଇ ପୁରୀ ନେବା ସମୟରେ ବହୁ ସ୍ଥାନରେ ଶ୍ରଦ୍ଧାଞ୍ଚଳୀ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ପୁରୀରେ ପହଁଞ୍ଚିବା ପରେ କଳସକୁ ବଡଦାଣ୍ଡରୁ ସମୁଦ୍ର ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ନିଆଯିବ ।
୨୪ ତାରିଖ ଅପରାହ୍ନ ୪ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେୁ ସାର୍ବଜନୀନ ଓ ସର୍ବଦଳୀୟ ସାଧାରଣ ସଭାର ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here