କରୋନା ଯୋଦ୍ଧାଙ୍କୁ ସହାୟତା । ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା ହୋଇଛି । ଗଞ୍ଜାମ ଏବଂ ଗଜପିର ଦୁଇ ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ମୃତ ଦୁଇ ସାମ୍ବାଦିକ ହେଉଛନ୍ତି ଗଜପତିର କୃଷ୍ଣଚନ୍ଦ୍ର ରତ୍ନମ ଏବଂ ଗଞ୍ଜାମର ପ୍ରିୟଦର୍ଶୀ ପଟ୍ଟନାୟକ ଏହି ଦୁଇ ଜଣ ଘରୋଇ ସମ୍ବାଦ ସଂସ୍ଥାରେ କାମ କରୁଥିଲେ । ହେଲେ କରୋନାରେ ଆକ୍ରାନ୍ତ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here