୫୦ ହଜାର ଟଙ୍କା ପାଇଁ ସଇତାନ ସାଜିଲା ଶ୍ରୀତିକ । ବିଭିନ୍ନ ପୋଜରେ ଫଟୋ ଉଠାଇଥିବା ଏହି ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱର ମିଠା ଦୋକାନୀ ଜମ୍ବୁ ସାହୁଙ୍କ ହତ୍ୟାକରୀ । ନାଁ-ଶ୍ରୀତିକ ବିଶ୍ୱାଳ । ଘର-ଭୁବନେଶ୍ୱର । ଡିଲ୍ ଅନୁଯାୟୀ ଏହି ସୁପାରି ପାଇଁ ଶ୍ରୀତିକକୁ ମିଳିଥାନ୍ତା ୫୦ ହଜାର ଟଙ୍କା । ଆଗୁଆ ୧୦ ହଜାର ଟଙ୍କା ଶ୍ରୀତିକ ନେଇସାରିଥିବାବେଳେ ବାକି ୪୦ ହଜାର ଟଙ୍କା ଓ ଓକିଲ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।
ଭଲ ଭାବରେ ଦେଖନ୍ତୁ ଏ ଭିଜୁଆଲ । ଭିଜୁଆଲରେ ଭୁଜାଲି ଧରି ଗୋଡାଉଥିବା ବ୍ୟକ୍ତି ହେଉଛି ଅଭିଯୁକ୍ତ ଶ୍ରୀତିକ । ଏବଂ ଗାଡି ଚଲାଉଥିବା ବ୍ୟକ୍ତି ଅଭିଯୁକ୍ତ ଆଶୁତୋଷ । ଦିନ ଦ୍ୱିପହରରେ ରାଜଧାନୀର ଛାତି ଉପରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ଉପରୁ ଧିରେ ଧିରେ ପରଦା ହଟିବାରେ ଲାଗିଛି । କମିଶନରେଟ ପୋଲିସର କହିବାନୁଯାୟୀ, ବ୍ୟବସାୟିକ ଶତ୍ରୁତା ପାଇଁ ସୁପାରି କିଲରଙ୍କ ଦ୍ୱାରା ଏହି ହତ୍ୟା କରାଯାଇଛି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ଅଭିଯୁକ୍ତ ଶ୍ରୀତିକ ବିଶ୍ୱାଳ । ଶ୍ରୀତିକଙ୍କ ଫେସବୁକ୍ ପୋଷ୍ଟ ଉପରେ ଟିକେ ନଜର ପକାନ୍ତୁ ।
ଏହି ଫଟୋରେ ଶ୍ରୀତିକ ପୋଜ୍ ଦେବା ସହ କ୍ୟାପସନ ଲେଖିଛନ୍ତି
ହିରୋ ବାଲି ଷ୍ଟାଇଲ ଓ ଔର ଗୁଣ୍ଡୋ ବାଲି ହରକତ । ଅର୍ଥାତ୍ ହିରୋଙ୍କ ଭଳି ଷ୍ଟାଇଲ ଓ ଗୁଣ୍ଡାଙ୍କ ଭଳି ବ୍ୟବହାର କେବଳ ସମୟ ଆସିଲେ କରାଯାଏ ।
ସେହିପରି ଏହି ଫଟୋରେ ସେ କ୍ୟାପସନ ଦେଇଛନ୍ତି ବାକି ଲଡକୋ କେ ନାମ ଲଭ ଲେଟର ଲିଖା ଯାତା ହେ, ହମାରା ନାମ ତୋ ଏଫଆଇଆର ଲିଖାଯାତା ହେଁ । ଏମିତି ଅନେକ ଫଟୋ ପୋଷ୍ଟ କରି ସେ ଭିନ୍ନ ଭିନ୍ନ କ୍ୟାପସନ ଦେଇଥିବା ଦେଖିବାକୁ ମିଳିଛି । ତେବେ ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ଶ୍ରୀତିକଙ୍କ ଖଳନାୟକ ହେବାର ମାନସିକତା ।