ଗତ କିଛିଦିନ ହେଲା ଲଗାତାର ଭାବେ ରାଜ୍ୟରେ କମୁଛି କରୋନା ପଜିଟିଭ୍ ସଂଖ୍ୟା । ଆଜି ରାଜ୍ୟରେ ଦିନକରେ ୧୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭ୍ ମଧ୍ୟରୁ ୧୧୫୬ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୮୨୬ । ଏହାସହିତ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୦ ହଜାର ୩୪୬କୁ ବୃଦ୍ଧି ପାଇଛି । ରାଜ୍ୟରେ ଏଯାଏଁ ୨ ଲକ୍ଷ ୪୬ ହଜାର ୮୩୭ ଜଣ ସୁସ୍ଥ ହୋଇଥିବାବେଳେ ଏବେ ୨୨,୩୦୪ ଆକ୍ଟିଭ୍ କେସ୍ ରହିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୪୫ , ଅନୁଗୁଳରୁ ୧୧୯, ମୟୂରଭଞ୍ଜରୁ ୧୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ରାଜ୍ୟରେ ଆଜି ଆଉ ୧୭ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ ୪ ଓ ଭୁବନେଶ୍ୱରରୁ ୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାସହିତ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୫୨ କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here