ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକ, ମୟୂରଭଞ୍ଚ, ସମ୍ବଲପୁର, ବରଗଡରୁ ୨ ଲେଖାଏଁ ଆଖି ବୁଜିଛନ୍ତି । ସେହିପରି ପୁରୀ , ବାଲେଶ୍ୱର, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡା, ଭଦ୍ରକରୁ ଜଣେ ଲେଖାଏଁ ମହାମାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୪୧୦କୁ ବୃଦ୍ଧି ପାଇଛି ।
ସେହିପରି ରାଜ୍ୟରେ ଆଜି ୧୩୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩୭୨ ମଧ୍ୟରୁ କ୍ୱାରେଣ୍ଟିନ ସେ ଣ୍ଟରରୁ ୭୯୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୫୭୬ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦କୁ ବୃଦ୍ଧି ପାଇଛି । ତେବେ ସୁସ୍ଥ ହେଲେଣି ୨ ଲକ୍ଷ ୮୫ ହଜାର ୧୭୪ । ଏବଂ ଆକ୍ଟିଭ୍ କେସ୍ ରହିଛି ୧୩ ହଜାର ୫୦୩ । ଖୋର୍ଦ୍ଧାରୁ ସର୍ବାଧିକ ୧୪୫ ଏବଂ କଟକରୁ ୧୨୧, ନୂଆପଡାରୁ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୯୬, ଅନୁଗୁଳ-୮୧, ମୟୂରଭଞ୍ଜ-୭୮, ଜଗତସିଂହପୁର-୭୦, କେନ୍ଦ୍ରାପଡା-୬୫, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗିର ଓ ବରଗଡରୁ ୪୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର-୩୫, ଯାଜପୁର-୩୪, ଝାରସୁଗୁଡା-୩୩, ନୟାଗଡ-୩୨, ବାଲେଶ୍ୱର ଓ ଭଦ୍ରକରୁ ୩୧ ଲେଖାଏଁ. ଷ୍ଟେଟ୍ ପୁଲରୁ ୩୦, ନବରଙ୍ଗପୁର-୨୬,ଢେଙ୍କାନାଳ-୨୫, କୋରାପୁଟ ଓ ମାଲକାନଗିରିରୁ ୨୦ ,ଗଞ୍ଜାମ-୨୧, ସୁବର୍ଣ୍ଣପୁର- ୧୯, କନ୍ଧମାଳ ଓ ରାୟଗଡାରୁ୧୧ଲେଖାଏଁ ,ଦେବଗଡ-୮, ଗଜପତି-୪, ବୌଦ୍ଧ ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here