ସରକାର କୋଭିଡ ଟିକା ଅଭିଯାନ ଆରମ୍ଭ କରିଥିବା ବେଳେ 15 ହଜାର ସ୍ବାସ୍ଥ୍ୟକର୍ମୀ ଟିକା ନ ନେବାକୁ ଘୋଷଣା କରିଛନ୍ତି I ସରକାର ଦାବି ପୂରଣ ନ କଲେ ସେମାନେ କୋଭିଡ ଟିକା ନେବେନି ବୋଲି ରୋକଠୋକ୍ ଶୁଣାଇଛନ୍ତି । ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ । ବାରମ୍ବାର ସରକାରଙ୍କ ପାଖରେ ଏହି ଦୁଇଟି ଦାବି ଜଣାଇଛନ୍ତି। ତଥାପି ଏହା ସତ୍ତ୍ୱେ କୌଣସି ସମାଧାନ ହୋଇନି। ତେଣୁ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟା ବେଳେ କଳା ବ୍ୟାଜ୍ ପରିଧାନ କରି ପ୍ରତିକାତ୍ମକ ଧାରଣା ଦିଆଯିବ ବୋଲି ମହାସଂଘ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି।

କ୍ୟାଡର୍ ପୁନର୍‌ଗଠନ ନହେବା ଦ୍ୱାରା ପଦୋନ୍ନତିରେ ସମସ୍ୟା ହେଉଥିବା ସ୍ୱାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଛନ୍ତି। ଯଦି ଏହି ଦାବି ପୂରଣ ନହୁଏ, ତେବେ ଫେବ୍ରୁଆରୀ ପହିଲାରୁ କାର୍ଯ୍ୟ ସହ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ଆବାହିକା ମମତା ନାୟକ କହିଛନ୍ତି “ ଆମ ପାଇଁ ଗୋଟିଏ ପ୍ରମୋଶନ ପୋଷ୍ଟ ଅଛି। ଆମ ଚାକିରି କାଳ ସରିଯାଉଛି। ଅବସର ନେଇଯାଉଛୁ, କିନ୍ତୁ ପ୍ରମୋସନ ମିଳୁନାହିଁ। ଏଣୁ ଆମ କଥା ତୁରନ୍ତ ବିଚାର କରାଯାଉl ଚାକିରି କାଳ ଭିତରେ ଆମକୁ ଚାରିଚାରିଟା ପ୍ରମୋସନର ବ୍ୟବସ୍ଥା କରାଯାଉ, ଡେଜିଂନେସନ ଚେଞ୍ଜ କରାଯାଉ। ଯଦି ସରକାର ଆମ କଥା ନ ବୁଝନ୍ତି ତେବେ ଆମେ କୋଭିଡ୍‌ ଟିକା ନେବୁନି।” ଏଥିସହିତ ନଭେମ୍ବର ଓ ଡିସେମ୍ବର ଏହି ଦୁଇ ମାସ ଆମେ ସରକାରଙ୍କୁ ଅଲ୍‌ଟିମେଟମ୍‌ ଦେଇଛୁ। ଏହି ସମୟ ଭିତରେ ଯଦି ସରକାର ନବୁଝନ୍ତି ତେବେ ଆମେ କୋଭିଡ୍‌ ଟିକା ବର୍ଜନ କରିବୁ

LEAVE A REPLY

Please enter your comment!
Please enter your name here