ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲର ରହସ୍ୟଜନକ ମୃତ୍ୟୁ ମାମଲାର ଅନୁଧ୍ୟାନ କରିବା ଲାଗି ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା ଆଜି ତାଙ୍କ ଗାଁକୁ ଯିବେ । ଗାଁରେ ପହଁଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବେ ମହିଳା କମିଶନ ଅଧ୍ୟକ୍ଷା । ସେପଟେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ଗିରଫ କରିଛି । ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ ଏୟାରଫିଲ୍ଡ ଥାନା ପୋଲିସ ରାକେଶଙ୍କୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି । ଝରାଫୁଲକୁ କାହିଁକି ଏବଂ କେମିତି ହତ୍ୟା କଲା ଯାଜପୁର ପୋଲିସ ଜେରା କରିବ । ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୋଲିସ ସୂଚନା ଦେଇଛି । ରାକେଶ ଝରାଫୁଲକୁ ପ୍ରେମ କରୁଥିଲା ଏବଂ ତାର ମୃତ୍ୟୁ ପଛରେ ଲିଙ୍କ୍ ଥିବା ନେଇ ପୂର୍ବରୁ ଝରାଫୁଲର ବାପା ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here