ପେଟ୍ରୋଲ ଡିଜେଲ ଦାମ ଉପରେ କୃଷି ସେସ୍ ଲାଗିଥିଲେ ମଧ୍ୟ ଏହାର ଦାମ ବଢିବ ନାହିଁ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ପେଟ୍ରୋଲ ଡିଜେଲ ଉପରେ କୃଷି ସେସ୍ ଲାଗୁ କରାଯାଇଥିଲେ ମଧ୍ୟ ବେସିକ୍ ଏକ୍ସାଇଜ ଡ୍ୟୁଟି ଏବଂ ସ୍ପେସିଆଲ ଆଡିସ୍ନାଲ ଏକସାଇଜ ଡ୍ୟୁଟି ହ୍ରାସ କରାଯାଇଛି । ତେଣୁ ମୋଟ ଉପରେ ଦେଖିଲେ ପେଟ୍ରୋଲ କିମ୍ବା ଡିଜେଲର ଦାମ ବଢିବ ନାହିଁ । ଗ୍ରାହକଙ୍କ ଉପରେ କୌଣସି ବୋଝ ପଡିବ ନାହିଁ ବୋଲି ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି । ପେଟ୍ରୋଲ ଉପରେ ଲିଟର ପିଛା ୨ ଟଙ୍କା ୫୦ ଏବଂ ଡିଜେଲ ଉପରେ ଲିଟର ପିଛା ୪ଟଙ୍କାର କୃଷି ସେସ୍ ଲଗାଯାଇଛି । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ କରାଯିବ । ଏହି ସେସ୍ ଲାଗୁ ହେବା ଦ୍ୱାରା ପେଟ୍ରୋଲ , ଡିଜେଲ ଦାମ ବଢିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାକୁ ଦୂର କରିଛନ୍ତି ସୀତାରମଣ ।

LEAVE A REPLY

Please enter your comment!
Please enter your name here