ଶନିବାର ସକାଳେ ଭୁବନେଶ୍ୱର ରେଲୱେ ଷ୍ଟେସନର ୧ନଂ ପ୍ଲାଟଫର୍ମରୁ ଜଣେ ଡାକ୍ତରଙ୍କ ମୃତ ଦେହ ମିଳିଛି । ତାଙ୍କ ନାଁ ରବୀନ୍ଦ୍ର ନାଥ ରଥ। ଡାକ୍ତର ରଥଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି. ସେ ଟ୍ରେନରେ ଚଢୁଥିବାବେଳେ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜିଆରପି ପୁଲିସ କହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଜିଆରପି ଇନସପେକ୍ଟର ଭାରତ ସାହୁଙ୍କ ଠାରୁ ମିଳିଥିବା ସୁଚନାଅନୁଯାୟୀ , ଭୁବନେଶ୍ୱର ଓଲ୍ଡ ଟାଉନ ଥାନା ଅଞ୍ଚଳରେ ରୁହନ୍ତି ଡାକ୍ତର ରବିନ୍ଦ୍ର ନାଥ ରଥ । ସେ ଅବସର ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡାକ୍ତରଖାନାରେ ଚୁକ୍ତି ଭିତ୍ତିରେ ନିଯୁକ୍ତି ପାଇଥିଲେ । ଆଜି ସକାଳେ ଭୁବନେଶ୍ୱର ରେଲୱେ ଷ୍ଟେସନର ୧ ନଂ ପ୍ଲାଟଫର୍ମରେ ପୁରୀ-ହାଓଡା ଟ୍ରେନରେ ଚଢୁଥିବାବେଳେ ଟ୍ରେନରୁ ଖସିପଡିଥିଲେ । ଗୁରୁତର ଭାବେ ଉଦ୍ଧାର କରାଯାଇ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here